କେଶ ନ ଥିବାରୁ ଫିଲ୍ମ ମିଳିଲାନି

ବମ୍ବେ: ବଲିଉଡ୍‌ଜଗତର ଲାଜକୁଳା ଅଭିନେତାଙ୍କ ମଧ୍ୟରୁ ଅକ୍ଷୟ ଖନ୍ନା ଜଣେ। ଚଳଚ୍ଚିତ୍ର ‘ହିମାଳୟ ପୁତ୍ର’ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହାପରେ ତାଙ୍କୁ ଦୁଇ ବର୍ଷ ଯାଏ ଫିଲ୍ମ ମିଳି ‘ଦିଲ ଚାହ୍‌ତା ହେ’ ଚଳଚ୍ଚିତ୍ରରେ ବଡ଼ ପରଦାକୁ ଫେରିଥିଲେ। ଏହାପରେ ଅଭିନେତା ପାଖରେ ପ୍ରତିଭା ଥିଲେ ଲୁକ୍‌ ଦେଖାଯାଏନା ବୋଲି ସେ ପ୍ରମାଣିତ କରିଥିଲେ। ଆଗାମୀ ଦିନରେ ସେ ଫିଲ୍ମ ‘ଦୃଶ୍ୟମ ୨’ରେ ନଜର ଆସିବେ। ଫିଲ୍ମ ନେଇ ଆଧିକାରୀକ ଭାବେ ଘୋଷଣା ହେବା ବାକି। ହେଲେ ତା’ ପୂର୍ବରୁ ଅକ୍ଷୟ ନିଜର ଅତିତ ବିଷୟରେ କହି ଚର୍ଚ୍ଚାରେ।

ବହୁତ କମ୍‌ ବୟସରେ ଅକ୍ଷୟଙ୍କ ଚୁଟି ଝଡ଼ିବା ଆରମ୍ଭ ହୋଇଥିଲା। ସେତେବେଳେ ଏହା ତାଙ୍କ ପାଇଁ ନିଜ ଆଙ୍ଗୁଠି ହରାଇବା ଭଳି ହୋଇଥିଲା। ଜୀବନରେ ଏଭଳି ପରିସ୍ଥିତି ସାଧାରଣ ହୋଇଥିଲେ ହେଁ ତାଙ୍କୁ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ବଲିଉଡ୍‌ରେ ତାଙ୍କ ଲୁକ୍‌କୁ ପ୍ରଥମେ ଦେଖାଯାଇଥିଲା। ଏପରିକି ତାଙ୍କୁ ଫିଲ୍ମ ମିଳି ନ ଥିବା ସେ କହିଛନ୍ତି।

Share