ଅକ୍ଷୟଙ୍କ ୮ ଘଣ୍ଟା ଅନ୍ୟ ଅଭିନେତାଙ୍କ ୧୫ ଘଣ୍ଟା ସହ ସମାନ

ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର କ୍ରମାଗତ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଫ୍ଲପ ହେବା ପରେ ତାଙ୍କୁ ଦର୍ଶକ ଟାର୍ଗେଟ କରିଥିଲେ। ଆଜି ବି ‘ସମ୍ରାଟ ପୃଥୀରାଜ’ ଭଳି ଫିଲ୍ମକୁ ସମାଲୋଚନା କରାଯାଉଛି। ତେବେ ଏତେ ସବୁପରେ ଅକ୍ଷୟ ନୀରବତା ଭାଙ୍ଗିଛନ୍ତି । ଫିଲ୍ମର ପ୍ରମୋଶନ ସମୟରେ ଅକ୍ଷୟ ଟ୍ରୋଲ ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ବକ୍ସ ଅଫିସ କଲେକଶନ ହ୍ରାସ ହେତୁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରନ୍ତି। ମୋ କ୍ୟାରିଅର୍‌ ଆରମ୍ଭରୁ ଲୋକେ ମତେ ପଚାରିଥିଲେ, ମୁଁ କାହିଁକି ଗୋଟିଏ ବର୍ଷରେ ଚାରୋଟି ଫିଲ୍ମରେ କାମ କରେ। ସେମାନେ ଏହା ମଧ୍ୟ କହଥିଲେ, ମୁଁ ଯେତିକି ଫିଲ୍ମରେ କାମ କରେ ବା ପ୍ରଡ୍ୟୁସ କରେ ତାହାର ସଂଖ୍ୟାକୁ କମ୍‌ କରିବାକୁ ଏବଂ ଗୋଟିଏ ଫିଲ୍ମକୁ ଅଧିକ ସମୟ ଦିଅନ୍ତୁ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତଙ୍କ ଅପେକ୍ଷା ଅଧିକ ଛୁଟି ନେଇଥାଏ। ମୁଁ ରବିବାର ଦିନ କେବେବି କାମ କରେ ନାହିଁ। ଶନିବାର ଅଧା ଦିନ କାମ କରେ । ମୁଁ ଫିଲ୍ମ ସେଟ୍‌ରେ ଦିନକୁ ମାତ୍ର ୮ ଘଣ୍ଟା ବିତାଇଥାଏ। କିନ୍ତୁ ମୁଁ ସେହି ୮ଘଣ୍ଟା ମଧ୍ୟରେ ଭ୍ୟାନିଟି ଭ୍ୟାନ୍‌ରେ ଏକ ମିନିଟ ବି ବିତାଏ ନାହିଁ । ସବୁବେଳେ ଫିଲ୍ମ ସେଟ୍‌ରେ ହିଁ ରହିଥାଏ। ମୋର ୮ ଘଣ୍ଟା ଅନ୍ୟ ଅଭିନେତାଙ୍କ ୧୪-୧୫ ଘଣ୍ଟା ସହିତ ସମାନ। ଫିଲ୍ମ ପାଇଁ ଏହା ମୋର ପ୍ରତିବଦ୍ଧତା।

Share