ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ ଫ୍ଲପ ହେବା ପରେ ଅକ୍ଷୟଙ୍କ ତୃତୀୟ ଫିଲ୍ମ ଉପରେ ଅନେକ କିଛି ନିର୍ଭର କରିବ। ତେବେ କୁହାଯାଉଥିଲା କି, ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ ଓଟିଟିରେ ରିଲିଜ୍‌ ହେବ, ହେଲେ ଫିଲ୍ମଟି ସିନେମା ହଲରେ ରିଲିଜ୍‌ ହେବାକୁ ନେଇ ଏବେ ନିର୍ମାତା ଘୋଷଣା କରିଛନ୍ତି।
ସୂଚନାନୁସାରେ, ଅକ୍ଷୟ କୁମାରଙ୍କ ଲଗାତାର ଦୁଇଟି ଫିଲ୍ମ ଫ୍ଲପ ପରେ ରାମ ସେତୁକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ ବୋଲି କୁହାଯାଉ୍‌ଥିଲା।

Share