ଅଗଷ୍ଟ ୧୧ରେ ଅକ୍ଷୟଙ୍କ ‘ଓଏମ୍‌ଜି ୨’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ କିଛି ବର୍ଷର ଅନ୍ତର ପରେ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏନେଇ ଅକ୍ଷୟ ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଓଏମ୍‌ଜି ୨’ର ପୋଷ୍ଟର ରିଲିଜ କରିଛନ୍ତି; ଯେଉଁଥିରେ ତାଙ୍କୁ ଶିବଙ୍କ ଭୂମିକାରେ ଦେଖିବାକୁ ମିଳିଛି। ମୁଭିଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡ଼ିଛି। କିଛି ଦିନରେ ସିନେମାର ଟିଜର ରିଲିଜ୍‌ ହେବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ ଶିବଙ୍କ ଜଟା ଓ ତିଲକ ଲଗାଇଥିବା ଦେଖିବାକୁ ମିଳିଛି। ଫିଲ୍ମଟି ବ୍ୟଙ୍ଗାତ୍ମକ କମେଡି ଡ୍ରାମା ଉପରେ ଆଧାରିତ। ଏଥିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା, ଯେଉଁଥିରେ ପିଲାଙ୍କ ଉପରେ କିପରି ପରୀକ୍ଷା ପ୍ରେସର ଏବଂ କଲେଜ ଆଡ୍‌ମିଶନ କରୁଛନ୍ତି ତାକୁ ଦର୍ଶାଯାଇଛି। ଏଥିରେ ଆଧ୍ୟାତ୍ମିକ ବିଷୟବସ୍ତୁ ମଧ୍ୟ ରହିଛି। ଅମିତ୍‌ ରାଏଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଅଭିନେତ୍ରୀ ୟାମି ଗୋତମଙ୍କୁ ଦେଖିବାକୁ ମିଳିବ। ‘ଓଏମ୍‌ଜି’ ୨୦୧୨ରେ ରିଲିଜ୍‌ ହୋଇଥିବାବେଳେ ସିନେମାର ଦ୍ୱିତୀୟ ଭାଗ ୧୧ ବର୍ଷ ପରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଅକ୍ଷୟଙ୍କୁ ଶେଷଥର ପାଇଁ ୨୦୨୦ରେ ଫିଲ୍ମ ‘ଲକ୍ଷ୍ମୀ’ରେ ଦେଖିବାକୁ ମିଳିଥିଲା। ସେ ୧୯୯୧ରେ ପ୍ରଥମେ ସିନେମା ଜଗତରେ ପାଦ ଦେଇଥିଲେ। ଏହା ପରଠାରୁ ତାଙ୍କୁ ଅନେକ ସଫଳତା ମିଳିଛି। ଅଧିକାଂଶ କମେଡି ଫିଲ୍ମ ପାଇଁ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। ଏହା ବ୍ୟତୀତ ସେ ଅନେକ ଫିଲ୍ମରେ ପ୍ରଯୋଜନା କରିଛନ୍ତି ଏବଂ ଅନେକ ଟିଭି ଶୋ’ରେ ମଧ୍ୟ ନଜରକୁ ଆସିଛନ୍ତି।

Share