ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ପ୍ରମୋଶନ ପାଇଁ ଉଭୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । ଏହି ସମୟରେ ଫିଲ୍ମ ସମ୍ପର୍କରେ ନିଜର କିଛି ଅନୁଭୁତି ଶେୟାର କରିଥିଲେ ଅକ୍ଷୟ । ସେ କହିଥିଲେ ଫିଲ୍ମର ମୁଖ୍ୟ ଭୂମିକା ମହାରାଜ ପୃଥ୍ୱିରାଜ ଚୌହାନଙ୍କ ଭୂମିକାରେ ଅଭିନୟ କରିବା ସମୟରେ ସେ ଯେଉଁ ପୋଷାକ ପିନ୍ଧିଥିଲେ ତାହାର ଓଜନ ୫-୬ କିଲୋଗ୍ରାମ ହେବ । ତେବେ ଇତିହାସର ସେହି ବାସ୍ତବିକ ଯୋଦ୍ଧା ଯେଉଁ ଅସଲ ପୋଷାକ ପିନ୍ଧୁଥିଲେ ତାହା ତୁଳନାରେ ଏହା କିଛି ନୁହେଁ ବୋଲି କହିଥିଲେ ଅଭିନେତା । ହେଲେ ଅତିତରେ ସମ୍ରାଟ ପୃଥ୍ୱିରାଜ ଚୌହାନ, ଶିବାଜୀ ମହାରାଜ ଯେଉଁ ପୋଷାକ ପିନ୍ଧୁଥିଲେ ତାହାର ଓଜନ ପାଖାପାଖି ୩୦-୪୦ କିଲୋ ହେବ । ଏହାପରେ ସେମାନେ ବଡ ବଡ ଓଜନଦାର ତଲୱାର ନେଇ ଯୁଦ୍ଧ କ୍ଷେତ୍ରକୁ ବାହାରୁଥିଲେ । ବାସ୍ତବରେ ସେମାନେ ହେଉଛନ୍ତି ଅସଲ ଯୋଦ୍ଧା । ଏତେ ଭାରି ପୋଷାକ ସହ ଭାରି ତଲୱାରକୁ ନେଇ ଯୁଦ୍ଧ କରିବା କମ କଥା ନୁହେଁ ।