କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଜନ୍ମ ନେଇଛି ଏକ ଅସମ୍ପୂର୍ଣ୍ଣ କନ୍ୟା ସନ୍ତାନ । ଶିଶୁଟି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ନେବା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶିଶୁର ମୁଣ୍ଡରୁ ଉପର ଜଙ୍ଘ ପର୍ଯ୍ୟନ୍ତ ଠିକ ଥିବାବେଳେ ଦୁଇଟି ଗୋଡ଼ ଅସମ୍ପୂର୍ଣ୍ଣ ରହିଛି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ଏଭଳି ଅଦ୍ଭୁତ ଶିଶୁକୁ ଦେଖିବା ପାଇଁ ଆଖ ପାଖ ଲୋକଙ୍କ ଭିଡ଼ ଜମୁଛି। ଭବିଷ୍ୟତରେ ଶିଶୁର ଯତ୍ନ ପାଇଁ ପ୍ରଶାସନିକ ସହଯୋଗ ନେଇ ପରିବାରବର୍ଗ ନିବେଦନ କରିଛନ୍ତି ।