କାବୁଲ, ୨୧ା୧୧: ଆତଙ୍କବାଦୀ ସଙ୍ଗଠନ ଅଲ୍ କାଏଦାର ମୁଖ୍ୟ ଅଲ୍ ଜଓ୍ବାହରି ଆଫଗାନିସ୍ତାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆରବ ନ୍ୟୁଜ୍ରେ ଏଭଳି ଖବର ପ୍ରକାଶ ପାଇଛି। ଗଜ୍ନିରେ ସେ ଆଜ୍ମା ଯୋଗୁ କଷ୍ଟ ସହି ନ ପାରି ମାସେ ହେବ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି। ଓସାମା ବିନ୍ ଲାଡେନ୍ଙ୍କ ମୃତ୍ୟୁ ପରେ ଜଓ୍ବାହରି ଅଲ୍ କାଏଦାର ନେତୃତ୍ୱ ନେଇଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ଅଲ୍ କାଏଦା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଆମେରିକାର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ସେ ରହିଆସିଛନ୍ତି। ତାଙ୍କ ମୁଣ୍ଡ ଲାଗି ୨୫ ନିୟୁତ ଡଲାର ଆମେରିକା ସରକାର ଘୋଷଣା କରିଛନ୍ତି।