Categories: ଜାତୀୟ

ୟୁପିରେ ଆତ୍ମଘାତୀ ବିସ୍ଫୋରଣ ଯୋଜନାରେ ଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମଘାତୀ ବିସ୍ଫୋରଣ ଭଳି ଆକ୍ରମଣ ଘଟାଇବା ଯୋଜନାରେ ଥିଲା ଆତଙ୍କବାଦୀ ସଂଗଠନ ଅଲ କାଏଦା। ଲକ୍ଷ୍ନୌର ଜଳଗହଳି ପୂର୍ଣ୍ଣ ଅଞ୍ଚଳ ଓ ଅନ୍ୟ ସହର ସେମାନଙ୍କ ଟାର୍ଗେଟରେ ଥିଲା। ଏ ନେଇ ରବିବାର ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଲକ୍ଷ୍ନୌ ଜିଲାରେ ବାସ କରୁଥିବା ମିନାଜ ଅହମ୍ମଦ ଓ ମାସିରୁଦ୍ଦିନଙ୍କୁ ଗିରଫ କରିଛି ପୋଲିସ। ୟୁପିର ଏଟିଏସ୍‌ (ଆଣ୍ଟି-ଟେରରିଜମ ସ୍କ୍ବାଡ) ଏହି ଯୋଜନା ଉପରୁ ପରାଦା ହଟାଇଛି। ଅଲ କାଏଦର ଅନସର ଘାଜଓ୍ବାଟ-ଉଲ-ହିନ୍ଦ ସହ ଜଡ଼ିତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଯୋଜନା ଜଣାପଡ଼ିଛି। ସେମାନଙ୍କ ପାଖରୁ ପିସ୍ତଲ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି।

Share