Categories: ଜାତୀୟ

୧୪ ଦିନିଆ ରିମାଣ୍ଡରେ ଅଲ୍‌କାଏଦାର ୨ ଆତଙ୍କବାଦୀ

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ଗିରଫ ହୋଇଥିବା ଅଲ୍‌କାଏଦା ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ହାଜର କରାଯାଇଥିଲା। ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ୍‌) କରିଥିବା ରିମାଣ୍ଡ ଆବେଦନର କୋର୍ଟ ଶୁଣାଣି କରିଛନ୍ତି। ୨ଜଣ ଆତଙ୍କବାଦୀଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ଗିରଫ ହୋଇଥିବା ୨ଜଣ ଆତଙ୍କବାଦୀ ମୁଶିରୁଦ୍ଦିନ ଓ ମିନହାଜ ଅହମଦ ଜୁଲାଇ ୨୬ ପର୍ଯ୍ୟନ୍ତ ଏବେ ଜେଲ୍‌ରେ ରହିବେ। ମଙ୍ଗଳବାର ସକାଳ ୧୦ଟାରୁ ମଶିରୁଦ୍ଦିନ ଓ ମିହାଜଙ୍କ ପୋଲିସ ହେପାଜତ ଆରମ୍ଭ ହେବ। ଅନ୍ୟପଟେ ଏହି ଆତଙ୍କବାଦୀଙ୍କ ଗିରଫଦାରୀ ପରେ ସହରରେ ସୁରକ୍ଷା ବଢ଼ାଇବା ସହ ବିଭିନ୍ନ ସ୍ଥାନରେ ଜୋରଦାର ଯାଞ୍ଚ କରାଯାଉଛି।

Share