୨୦ ବର୍ଷ ପରେ ଆଫଗାନିସ୍ତାନକୁ ପୁଣି ଫେରିବ ଅଲ୍‌-କାଏଦା: ଆମେରିକା

ଓ୍ବାଶିଂଟନ,୯ା୯: ଆଫଗାନିସ୍ତାନର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଆମେରିକା କହିଛି, ଆଫଗାନିସ୍ତାନର ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ୨୦ ବର୍ଷ ପରେ ପୁଣି ସେଠାକୁ ଫେରିବ। ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଗୁରୁବାର କହିଛନ୍ତି ଯେ, ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଥିବା ଅଲ-କାଏଦା ତାଲିବାନ ଶାସନ ଅଧୀନରେ ସେଠାକୁ ଫେରିପାରେ।

ପାରସ୍ୟ ଉପସାଗରର ୪ ଦିନିଆ ଗସ୍ତ ଶେଷ ହେବା ପରେ ସେ କୁଏତ ସହରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆମେରିକା ପାଇଁ ବିପଦ ସୃଷ୍ଟି କରୁଥିବା ଆଫଗାନିସ୍ତାନକୁ ଅଲ-କାଏଦା ପ୍ରତ୍ୟାବର୍ତ୍ତନ ପାଇଁ ଆମେରିକା ପ୍ରସ୍ତୁତ ଅଛି। ଭବିଷ୍ୟତରେ ଆଫଗାନିସ୍ତାନକୁ ଅଲ-କାଏଦାର ବ୍ୟବହାର କରିବାର ସମ୍ଭାବନା ରହିଛି ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି। ସେ କହିଛନ୍ତି, ଆମେ ତାଲିବାନକୁ କହିବାକୁ ଚାହୁଁଛୁ ଯେ ଆମେ ଆଶା କରୁଛୁ ଯେ ସେମାନେ ଏହା ଘଟିବାକୁ ଦେବେ ନାହିଁ।

ଅଷ୍ଟିନ ଜୋର ଦେଇ କହିଛନ୍ତି, ଆମେରିକାର ସୈନ୍ୟବାହିନୀ ଅଲ-କାଏଦା କିମ୍ବା ଆଫଗାନିସ୍ତାନରୁ ଆମେରିକା ପର୍ଯ୍ୟନ୍ତ ଅନ୍ୟ ଯେକୌଣସି ବିପଦ ରୋକିବାରେ ସମର୍ଥ ହେବ।

Share