ନିର୍ବନ୍ଧ କରି ଚର୍ଚ୍ଚାରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ

ବମ୍ବେ: ପ୍ରେମିକ ଆଇଭୋର ମେକ୍ରେଙ୍କ ସହ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଏବଂ ସୋସିଆଲ ମିଡିଆ ସେନ୍‌ସେସନ୍‌ ଅଲାନା ପାଣ୍ଡେ। ନିକଟରେ ଆଇଭର୍‌ ମାଳଦ୍ୱୀପରେ ଅଲାନାଙ୍କୁ ପ୍ରପୋଜ କରିଥିଲେ। ଏହାପରେ ଉଭୟ ନିର୍ବନ୍ଧ କରିନେଇଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ଅଲାନା-ଆଇଭର ପରସ୍ପରକୁ ଜାଣିଥିଲେ। ଏପରିକି ଦୁହେଁ ଲିଭ୍‌ ଇନ୍‌ରେ ମଧ୍ୟ ରହୁଛନ୍ତି।

ଅଲାନାଙ୍କ ନିର୍ବନ୍ଧରେ ଅନେକ କଳାକାର ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବିପାଶା ବସୁ, ଲାରା ଦତ୍ତା, ସଲମାନ ଖାନ୍‌ଙ୍କ ଭଉଣୀ ଅଲବୀରା ଖାନ, ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ, ଜାଭେଦ ଜାଫରୀଙ୍କ ଝିଅ ଅଲାବିଆ ଜାଫରୀ ସାମିଲ ଥିଲେ। ନିଜ ନିର୍ବନ୍ଧରେ ଅଲାନା ଗ୍ରେ-ଗୋଲ୍ଡେନ କଲର୍‌ର ଅଧିକ କାମ ଥିବା ଲେହଙ୍ଗା ପିନ୍ଧିଥିଲେ। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

Share