କେନ୍ଦ୍ର ସରକାରଙ୍କ ପାଇଁ ସତର୍କ ଘଣ୍ଟି, ହସ୍ପିଟାଲରେ ଶ୍ୱାସ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି…

ନୂଆଦିଲ୍ଲୀ,୨୬।୧୨ : ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଦେଶରେ ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁନର୍ବାର ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଯଦି ଦେଶର କିଛି ଅଞ୍ଚଳରେ ହସ୍ପିଟାଲରେ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ହଠାତ୍‌ ବଢ଼ିବା ଯୋଗୁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି। ଦେଶରେ ଶୀତ ଲହର ଜାରି ରହିଥିବାବେଳେ ଏଭଳି ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ଶୀତଦିନେ ପାଗରେ ଫ୍ଲୁ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ କରୋନା ନମୁନା ପରୀକ୍ଷା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

Share