Categories: ଫୁରସତ

ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍‌ ଲାଇଟ୍‌

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍‌ ସି ଅର୍ଥାତ୍‌ ମୃତ ସମୂଦ୍ର। ଏଠାରେ କୌଣସି ଜିନିଷ ବୁଡି ନ ଥାଏ। ଏମିତି ଏକ ସ୍ଥାନ ରହିଛି ଆମେରିକାରେ। ଯାହାର ନାମ ହେଉଛି ଅଲାସ୍କା। ଅଲାସ୍କା ଦେଖିବାକୁ ବହୁତ ସୁନ୍ଦର। ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର ଏକ ସହର ଉତକିଆଗଭିକ ପାଇଁ ଏହା ଚର୍ଚ୍ଚାରେ ରହିଛି। ଉତକିଆଗଭିକରେ ଲଗାତାର ୨ ମାସ ସୂର୍ଯ୍ୟ ଉଦୟ ହୋଇ ରହିଥାନ୍ତି। ଏହାର ପର ୨ ମାସ ଲଗାତାର ଭାବେ ରାତି ହୋଇଥାଏ। ପୃଥିବୀର ସମସ୍ତ ସ୍ଥାନରେ ଯେପରି ଦିନ-ରାତି ହୋଇଥାଏ, ଏଠାରେ କିନ୍ତୁ ସେପରି ହୋଇ ନ ଥାଏ। ଏଠାରେ ୨ ମାସ ଦିନ ଏବଂ ୨ ମାସ ରାତି ହୋଇଥାଏ। ନଭେମ୍ବର ୧୮ରେ ଏଠାକାର ଲୋକେ ଶେଷଥର ପାଇଁ ସୂର୍ଯ୍ୟ ଦେଖିଥିଲେ। ଏବେ ୨ ମାସ ୫ ଦିନ ପରେ ପୁଣିଥରେ ଏଠାରେ ସୂର୍ଯ୍ୟ ଉଦୟ ହେବେ।

Share