Categories: ଖେଳ

ଅବସର ନେଲେ ଆଲଷ୍ଟର କୁକ୍‌

ଲଣ୍ଡନ, ୧୪ା୧୦ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟର ଆଲଷ୍ଟର କୁକ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୧୮ରୁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାଉଣ୍ଟି କ୍ରିକେଟ ଖେଳିବା ଜାରି ରଖିଥିଲେ। ତେବେ ଦୀର୍ଘ ୫ ବର୍ଷ ଧରି ଏସେକ୍ସ ପକ୍ଷରୁ କାଉଣ୍ଟି ଖେଳିବା ପରେ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ କୁକ୍‌ ୧୬୧ ଟେଷ୍ଟ ଖେଳିଥିବା ବେଳେ ଏଥି ମଧ୍ୟରୁ ୫୯ ଟେଷ୍ଟରେ ଅଧିନାୟକତ୍ୱ କରିଛନ୍ତି। ୩୩ ଶତକ ଓ ୫୭ ଅର୍ଦ୍ଧଶତକ ସହିତ ସେ ୧୨,୪୭୨ ରନ୍‌ ସ୍କୋର କରିଛନ୍ତି। ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ କୁକ୍‌ ସର୍ବାଧିକ ଶତକ ହାସଲ କରିଛନ୍ତି। ୯୨ ଦିନିକିଆରେ ସେ ୫ ଶତକ ଓ ୧୯ ଅର୍ଦ୍ଧଶତକ ସହିତ ସେ ୩୨୦୪ ରନ୍‌ ସ୍କୋର କରିଛନ୍ତି।

Share