ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ଅଲାୟା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି।

 

ଏହି ଫଟୋରେ ଅଲାୟା ବ୍ଲାକ ଆଉଟ ଫିଟରେ ନଜର ଆସିଛନ୍ତି। ସେ ଶଟ୍‌ ଡ୍ରେସ ସହ କଳା ରଙ୍ଗର ଏକ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସେ ସର୍ବଦା ଷ୍ଟୁଲରେ ଏପରି ବସିଥାନ୍ତି। ଅଲାୟାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରଶଂସା କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Share