ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ ଭିଡିଓରେ ହିରୋ ହୋଇ ଆଲବମ ପ୍ରସ୍ତୁତ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖର୍ସେଲ ଚିତ୍ରକୋଣ୍ଡା ବ୍ଲକକୁ ବିଡିଓ ଭାବେ ଆସିବା ପରେ ବିଚ୍ଛିନ୍ନଞ୍ଚଳ ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିଲା। ବିଭିନ୍ନ ସମୟରେ ସେ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଉଥିଲେ। ମାଓବାଦୀ ସକ୍ରିୟ ଅଞ୍ଚଳ ଧୁଳିପୁଟରେ ସେ ପ୍ରଥମେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ପହଞ୍ଚତ୍ଥିଲେ। ଏମଏନଆରଇଜିଏସକୁ ମଧ୍ୟ ସେ ସ୍ବାଭିମାନ ଅଞ୍ଚଳରେ ପହଞ୍ଚାଇ ଲୋକଙ୍କୁ କର୍ମସଂସ୍ଥାନ ଯୋଗଇଥିଲେ। ଏପରି ଜଣେ ଅଧିକାରୀ ଆଲବମ୍‌ ସୁଟିଂ କରି ସେଥିରେ ହିରୋ ହେବା ଘଟଣା ସାଧାରଣରେ ନାପସନ୍ଦ ହୋଇଛି। ଏ ସମ୍ପର୍କରେ ବିଡିଓ ଖର୍ସେଲ କହିଛନ୍ତି, କିଛି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଛି। ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଛି। ସେ ପୂର୍ବରୁ ଅନେକ ଆଲବମ କରିଛନ୍ତି। ଏହି ଆଲବମଟି ଗତବର୍ଷ କରିଛନ୍ତି। କୋଭିିଡର ସମସ୍ତ ନିୟମ ପାଳନ ସମ୍ପର୍କରେ ଆଲବମ୍‌ରେ ଚିତ୍ରଣ କରାଯାଇଛି ବୋଲି ସେ କହିଥିଲେ।

Share