Categories: ଖେଳ

ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ରହିଲେ ଅଲ୍‌କାରାଜ

ଓ୍ବିମ୍ବେଲଡନ,୧୭ା୭: ଓ୍ବିମ୍ବେଲଡନ ଫାଇନାଲରେ ନମ୍ବର ୨ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହରାଇବା ଦ୍ୱାରା କାର୍ଲୋସ ଅଲ୍‌କାରାଜ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ମହିଳା ସିଙ୍ଗଲ୍ସରେ ମାର୍କେଟା ଭୋନ୍ଦ୍ରୋସୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ଦ୍ୱାରା ଡବ୍ଲ୍ୟୁଟିଏ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ୧୦ମ ସ୍ଥାନ ଅଧିକାର କରିଛନ୍ତି। ୨୦୨୨ ଓ୍ବିମ୍ବେଲଡନ ବିଜେତା ଏଲିନା ରିବାକିନା ୩ ନମ୍ବର ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ପଛ ଜେସିକା ପେଗୁଲା, କାରୋଲିନ୍‌ ଗାର୍ସିଆ, ଜାବେର ଓ କୋକୋ ଗଫ୍‌ ରହିଛନ୍ତି।

ଶନିବାର ଅଲ୍‌ ଇଂଲଣ୍ଡ କ୍ଲବଠାରେ ଅନୁଷ୍ଠିତ ଫାଇନାଲରେ ଓନ୍ସ ଜାବେରଙ୍କୁ ୬-୪, ୬-୪ରେ ପରାସ୍ତ କରିବା ଦ୍ୱାରା ଚେକ୍‌ ରିପବ୍ଲିକର ଏହି ୨୪ ବର୍ଷୀୟା ଖେଳାଳି ୪୨ତମ ସ୍ଥାନରୁ ୩୨ ସ୍ଥାନ ଉପରକୁ ଉଠି ପାରିଛନ୍ତି। ଟୁର୍ନାମେଣ୍ଟରେ ସେ ସବୁଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଥାଇ ପ୍ରଥମ ଅଣସିଡ୍‌ ଖେଳାଳି ହିସାବରେ ପ୍ରମୁଖ ଗ୍ରାସକୋର୍ଟରେ ମହିଳା ଚାମ୍ପିୟନ ହୋଇପାରିଥିଲେ।

Share