ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା

ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪ ଦିନ ଧାରଣାରେ ବସିବା ପରେ ବି ସରକାର କିମ୍ବା ପ୍ରଶାସନ କେହି ବୁଝିଲେନି। ଫଳରେ ନିରୂପାୟ ହୋଇ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ମଙ୍ଗଳବାର ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି। ସେମାନେ ରାଇରଙ୍ଗପୁର ଉପକଣ୍ଠ ପୋଖରିଆ ଗ୍ରାମରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱର ଅଭିମୁଖେ ଅଭିଯାନ ଜାରି ରଖିଛନ୍ତି। ପଦଯାତ୍ରାରେ ଯାଇ ନିଯୁକ୍ତିପତ୍ର ରାଜ୍ୟ ସରକାରଙ୍କୁ ଫେରାଇବା ସହ ଶିକ୍ଷକ ପୋଷାକ ଅବତରଣ କରିବେ ବୋଲି ପ୍ରକାଶ କରିଛନ୍ତି। ଜିଲା ଭାଜପା ପକ୍ଷରୁ ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇ ସରକାରଙ୍କ ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରାଯାଇଛି।
ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ସାନ୍ତାଳୀ ଓ ମୁଣ୍ଡାରୀ ଭାଷା(ଅଲଚିକି) ଶିକ୍ଷକମାନେ ୩୪ ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବିଭାଗ ପକ୍ଷରୁ କୌଣସି ଅଧିକାରୀ ଧାରଣା ସ୍ଥଳକୁ ଆସି ନ ଥିବାବେଳେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ ଦାବି ସମ୍ପର୍କରେ ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେମାନେ କହିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଶିକ୍ଷକମାନଙ୍କ କ୍ଷେତ୍ରରେ ତାହାକୁ ଲାଗୁ କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୦୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲା ଗସ୍ତ ଅବସରରେ ପୋଖରିଆଠାରେ ଅନୁଷ୍ଠିତ ସମାବେଶରେ ଆଦିବାସୀ ସାନ୍ତାଳୀ ଭାଷା ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ଜିଲାର ଶହେଟି ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ଜିଲା ଚୟନ କମିଟି ଜରିଆରେ ଶିକ୍ଷକ ଚୟନ କରାଯାଇ ନିଯୁକ୍ତି ପ୍ରଦାନ ପରେ ଛାତ୍ରୀଛାତ୍ରଙ୍କୁ ସାନ୍ତାଳୀ ଭାଷା ମାଧ୍ୟମରେ ଅନୁବାଦ ପୂର୍ବକ ଓଡ଼ିଆ ଭାଷାରେ ରୂପାନ୍ତରିତ କରି ଅଲଚିକି ଲିପିର ଶିକ୍ଷାଦାନ କରି ଆସୁଛନ୍ତି। ମାସକୁ ୩୨ ଶହ ଟଙ୍କା ମଜୁରି ପାଉଥିବା ଶିକ୍ଷକମାନେ ନିୟମିତ ହେବା ପାଇଁ ସରକାରଙ୍କ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି। ମାତ୍ର ସରକାରଙ୍କ ଆଦିବାସୀ ମାରଣନୀତି କହି ସାନ୍ତାଳୀ ସମାଜର ମାଝୀ ପାରଗାନା, ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି, ସାନ୍ତାଳୀ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ସାନ୍ତାଳୀ ଏକାଡେମୀ ଓଡ଼ିଶା, ଛାତ୍ର ସଙ୍ଗଠନ ଓ ଆଦିବାସୀ ସାମାଜିକ ଶିକ୍ଷା ସଂଘର ବିଭିନ୍ନ ଶାଖାର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି। ସରକାରୀ ନୀତିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟତା ହାସଲ କରିବା ପରେ ମଧ୍ୟ ଆଦିବାସୀଙ୍କ ପ୍ରତି ଅଣଦେଖା କରାଯାଉଛି ବୋଲି ସଂଘର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri