Categories: ଫୁରସତ

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ୍‌

ଟୋକିଓ: ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଲରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଡକା କିମ୍ବା ବିଅର ସମ୍ପର୍କରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି ଦାବି ଠିକ ହୁଏ ତେବେ ଆଲକହଲ ତିଆରି କରିବାର ଉପାୟ ସମଗ୍ର ବିଶ୍ୱରେ ପରିବର୍ତ୍ତନ ହେବ ତାହା ନୁହେଁ, ବରଂ ବୃକ୍ଷ ରୋପଣର ଗତି ମଧ୍ୟ ବୃଦ୍ଧି ପାଇବ। ଜାପାନର ତାହୋକାରେ ୧୬୦୦ ମସିହାରେ ଏକ ଗଛ ଲଗାଯାଇଥିଲା, ଯାହାର ନାମ ସିଦାର। ୧୯୧୬ରେ ଏହି ଗଛରୁ ଧଳା ତରଳ ପଦାର୍ଥ ବାହାରିବାକୁ ଲାଗିଲା। ଏହି ଗଛରୁ ୩୫ଲିଟରରୁ ଅଧିକ ଧଳା ତରଳ ପଦାର୍ଥ ବାହାରିଥିଲା। ତେବେ ଜାପାନର ବିଶେଷଜ୍ଞମାନେ ବର୍ତ୍ତମାନ ଏହି ତରଳ ପଦାର୍ଥରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିିଛନ୍ତି। ସେମାନେ କହିଛନ୍ତି, ସିଦାର ଏବଂ ଚେରି ଗଛର କାଠରୁ ମେଥାନଲ ମିଳିଥାଏ, ଯାହା ପିଇବା ଯୋଗ୍ୟ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ଅନୁଯାୟୀ, ରଙ୍ଗ ଏବଂ ପ୍ଲାଷ୍ଟିକ ତିଆରି ପାଇଁ ମେଥାନଲ ବ୍ୟବହାର କରାଯାଏ। ଏଥିସହ ଇନ୍ଧନ ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ। ଗଛର କାଠରୁ ମିଳୁଥିବା ମେଥାନଲ ବିଷାକ୍ତ ହୋଇଥାଏ ଯାହାକୁ ପିଇବା ଦ୍ୱାରା ବ୍ୟକ୍ତି ଦୃଷ୍ଟିହୀନ କିମ୍ବା ସଙ୍ଗେସଙ୍ଗେ ମୃତ୍ୟୁ ଘଟିଥାଏ। ମଦ ତିଆରିରେ ମେଥାନଲ ବ୍ୟବହାର କରାଯାଏ। ଜାପାନର ବିଶେଷଜ୍ଞମାନେ କାଠରୁ ମେଥାନଲ ବାହାର କରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଆପଣାଇଛନ୍ତି। ସେ ପ୍ରଥମେ କାଠର ପେଷ୍ଟ ତିଆରି କରିଛନ୍ତି। ପରେ ଏହି ପେଷ୍ଟ୍‌ରେ ଇଷ୍ଟ ଏବଂ ଏନ୍‌ଜାଇମ ମିଶାଇ ଏକ କମ୍ପୋଜିଶନ ପ୍ରସ୍ତୁତ କରନ୍ତି। ତେବେ ଏହି ତରଳ ପଦାର୍ଥରେ ୧୫ ପ୍ରତିଶତ ଆଲକହଲ ରହିଛି। ଅନୁସନ୍ଧାନକାରୀଙ୍କ ଏହି ଆବିଷ୍କାର ପରେ ଜାପାନର ବନ ବିଭାଗ ଏବଂ ବନଜାତ ଦ୍ରବ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ବର୍ତ୍ତମାନ କାଠରୁ ଆଲକହଲ ତିଆରି କରିବାର ସମ୍ପୂର୍ଣ୍ଣ କୌଶଳ ପ୍ରସ୍ତୁତ କରିସାରିଛନ୍ତିି। ଏହି ଆଲକହଲ ଯେତେ ପୁରୁଣା ହେବ ସେତେ ଅଧିକ ନିଶା ଚଢିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share