Posted inଜାତୀୟ

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ ପ୍ରାଣ ହରାଇଛନ୍ତି। ସିଓ୍ବାନରେ ବିଷାକ୍ତ ମଦ ୨୦ ଜୀବନ ନେଇଥିବାବେଳେ ସରନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ଡିଜି ଆଲୋକ ରାଜ୍‌ କହିଛନ୍ତି। ହସ୍ପିଟାଲରେ ୨୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ବିଷାକ୍ତ ମଦ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କେତେକ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି କୁହାଯାଉଛି।

ମଦ ବିକ୍ରି କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। କଠୋର ଆଇନ ଅନୁଯାୟୀ ସେମାନଙ୍କ ବିଚାର ହେବା ସହ ଦଣ୍ଡିତ କରାଯିବ। ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଗୋଟିଏ ସ୍ଥାନୀୟ ପୋଲିସକୁ ନେଇ ଗଠିତ ହୋଇଥିବାବେଳେ ପାଟନାର ଡିପାର୍ଟମେଣ୍ଟ ଅଫ୍‌ ପ୍ରୋହିବିଶନ ପକ୍ଷରୁ ଅନ୍ୟ ଏକ ଏସ୍‌ଆଇଟି ଗଠନ କରାଯାଇଛି।

ମଦ କାରବାରର ମାଫିଆଙ୍କୁ ଚିହ୍ନଟ କରାଯାଇଛି। ସେ ପୂର୍ବରୁ ମଧ୍ୟ ଅନୁରୂପ ମାମଲାରେ ସମ୍ପୃକ୍ତ ଥାଇ ନିକଟରେ ଜାମିନରେ ଆସିଥିଲେ। ସୂଚନାଯୋଗ୍ୟ, ୨୦୧୬ ଏପ୍ରିଲରେ ନୀତୀଶ କ୍ଷମତାକୁ ଆସିବା ପରେ ବିହାରରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ। ଏହା ସତ୍ତ୍ୱେ ସେଠାରେ ମଦ କାରବାର ଖୋଲାମେଲାରେ ଚାଲିଥିବା ବେଳେ ବିଭିନ୍ନ ସମୟରେ ମଦମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

ଲରେନ୍ସ ବିଷ୍ଣୋଇଙ୍କ ଗୁରୁ କିଏ? DSPଙ୍କ ତଥ୍ୟ ବଢାଉଛି ସସପେନ୍ସ

ନୂଆଦିଲ୍ଲୀ,୧୭।୧୦: ବାବା ସିଦ୍ଦିକhଙ୍କ ହତ୍ୟା ମାମଲାରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ ଅଛି, ତାହା ହେଉଛି ଲରେନ୍ସ ବିଷ୍ଣୋଇ। ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ...

ମୋଦିଙ୍କ ନିଦ ହଜାଇଲେ ଚିରାଗ ପାସଓ୍ବାନ, ୟୁପି ଉପନିର୍ବାଚନ ପୂର୍ବରୁ…

ନୂଆଦିଲ୍ଲୀ,୧୭।୧୦: ଲୋକ ଜନଶକ୍ତି ପାର୍ଟି ରାମ ଭିଲାସ ପାସୱାନ ଫୁଲପୁର ଏବଂ ମଞ୍ଝବା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଉଭୟ ଆସନରେ ଖୁବ୍‌ଶୀଘ୍ର ଅନୁସୂଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri