Categories: ଫୁରସତ

ଏମିତି ଦେଶ ଯେଉଁଠି ଆଲକହଲ କଥା ସ୍ବପ୍ନରେ ଚିନ୍ତା କରନ୍ତି ନାହିଁ କେହି

ବିଶ୍ୱରେ ଏଭଳି ଦେଶ ଅଛି, ଯେଉଁଠି ଆଲକହଲ ସେବନ କରିବା ଦୂରର କଥା କେହି ସ୍ବପ୍ନରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ତେବେ ଆମେ ଏଠାରେ ବିଶ୍ୱର ସବୁଠୁ ଧନୀ ଦେଶ କୁଏତ୍‌ କଥା କହୁଛୁ। ଏହି ଦେଶରେ ଆଲକହଲ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ପୂରା ଦେଶରେ ଆଲକହଲ ଉପଲବ୍ଧ ନାହିଁ। ଆଉ ଏଠାକାର ଆଇନ ଅନୁସାରେ ଆଲକହଲର ରପ୍ତାନୀ, ଆମଦାନୀ, ରଖିବା ଓ କିଣିବା ଦଣ୍ଡନୀୟ ଅପରାଧ। ଯଦି କୌଣସି ବ୍ୟକ୍ତି ଆଲକହଲ ସେବନ କରି ଧରା ପଡ଼ନ୍ତି, କିମ୍ବା ପାଖରେ ରଖିଥିବା ଜଣାପଡ଼ିଲେ, ତାଙ୍କୁ ଆଜୀବନ କାରାଦଣ୍ଡାରେ ଦଣ୍ଡିତ କରାଯାଏ।

Share