Categories: ଖେଳ

ଗୋଡରେ ବଲ୍‌ ବାଜିବାରୁ ରାଗିଗଲେ ଅମ୍ପାୟାର, କଲେ ଏମିତି କାମ

କରାଚି,୧୨।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭୯ ରନ୍‌ରେ ଜିତି ନେଇଛି। ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ରେ ହୋଇଛି। ଏହି ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡର ବ୍ୟାଟିଂ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମ୍ୟାଚରେ ଫିଲ୍ଡ ଅମ୍ପାୟାର ଆଲିମ ଦାର ଆହତ ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଇନିଂସ ସମୟରେ ୱାସିମ ଜୁନିଅରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଏକ ବଲ ଅମ୍ପାୟାର ଆଲିମ ଦାରଙ୍କ ଗୋଡରେ ବାଜିଥିଲା। ଥ୍ରୋ ତାଙ୍କ ଗୋଡରେ ଜୋରରେ ବାଜିବାରୁ ସେ ଆହତ ହୋଇଥିଲେ। ଯନ୍ତ୍ରଣା ଏତେ ଭୟଙ୍କର ଥିଲା, ସେ ହାତରେ ଧରିଥିବା ଜର୍ସିଟିକୁ ରାଗରେ ଫେଶପାଡି ଦେଇଥିଲେ।
ବଲ ହିଟ ହେବା ପରେ ୱାସିମ ଜୁନିଅର୍‌ ଅମ୍ପାୟାରଙ୍କ ନିକଟକୁ ଆସି କ୍ଷମା ମାଗିଥିଲେ। ଏହି ସମୟରେ ଦଳର ଅଧିନାୟକ ବାବର ଆଜାମଙ୍କ ସମେତ କିଛି ଖେଳାଳି ଆଲିମ ଦାର ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଡାକ୍ତର ଆସି ତାଙ୍କ ଗୋଡରେ ସ୍ପ୍ରେ ଲଗାଇଥିଲେ।

Share