ୟୁପିରେ ହାଇଆଲର୍ଟ: ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ କଡ଼ା ସୁରକ୍ଷା

ଲକ୍ଷ୍ନୌ,୨୯।୧୦: କେରଳରେ ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଲ ଆଣ୍ଡ୍‌ ଅର୍ଡର ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ UPATSକୁ ମଧ୍ୟ ସତର୍କ କରାଇଛନ୍ତି। ଗତ କିଛି ଦିନ ମଧ୍ୟରେ ଏଟିଏସ ଦଳ ପୁନର୍ବାର ଇନପୁଟ ଯାଞ୍ଚ ଆରମ୍ଭ କରିଛନ୍ତି। ଏଥି ସହିତ ୟୁପି ପୋଲିସ ମଧ୍ୟ ସତର୍କ ମୋଡରେ ଅଛି।
ଏହା ସହିତ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସହ ଜଡିତ ପ୍ରତ୍ୟେକ କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଯେକୌଣସି ସ୍ଥାନରେ, ଏହି ଯୁଦ୍ଧ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କିମ୍ବା ସମର୍ଥନ କିମ୍ବା କାହା ବିରୋଧରେ ସଂଗଠିତ କାର୍ଯ୍ୟକ୍ରମ, ସମସ୍ତଙ୍କ ଉପରେ ନଜର ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି।
ଆଜି ରାଜଧାନୀ ଲକ୍ଷ୍ନୌରେ ଭାରତ ବନାମ ଇଂଲଣ୍ଡ ମ୍ୟାଚ ଅନୁଷ୍ଠିତ ହେଉଛି। କେରଳରେ ବୋମା ବିସ୍ଫୋରଣ ପରେ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା ଆହୁରି ବୃଦ୍ଧି କରାଯାଇଛି। ଲକ୍ଷ୍ନୌ ପୋଲିସ ପୂର୍ବରୁ ୬୦୦ ପୋଲିସ ଫୋର୍ସ ମୁତୟନ କରିଥିଲା, କିନ୍ତୁ କେରଳ ଘଟଣା ପରେ ସାଧା ପୋଷାକରେ ଅଲଗା ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହା ସହିତ ସିସିଟିଭି ଏବଂ ଡ୍ରୋନ କ୍ୟାମେରା ମାଧ୍ୟମରେ ନିରନ୍ତର ମନିଟରିଂ ମଧ୍ୟ କରାଯାଉଛି।

Share