ବେଲାରୁଷର ମାନବାଧିକାର କର୍ମୀଙ୍କୁ ଶାନ୍ତି ନୋବେଲ ପୁରସ୍କାର, ରୁଷିଆ-ୟୁକ୍ରେନର ଦୁଇଟି ସଂସ୍ଥା ବି ମନୋନୀତ

ଷ୍ଟକହୋମ,୭ ।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷର ମାନବାଧିକାର କର୍ମୀ ଏଲେସ ବିୟାଲିୟାତ୍ସକିଙ୍କ ବ୍ୟତୀତ ଦୁଇଟି ସଂସ୍ଥା ମେମୋରିୟାଲ ଓ ସେଣ୍ଟର ଫର ସିଭିଲ ଲିବର୍ଟିଜଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ।
ନୋବେଲ ଫାଉଣ୍ଡେଶନ ଅନୁଯାୟୀ, ଏହି ଶାନ୍ତି ପୁରସ୍କାର ବିଜେତାମାନେ ଯୁଦ୍ଧ ଅପରାଧ, ମାନବିକ ଅଧିକାରର ଉଲ୍ଲଂଘନ ଏବଂ କ୍ଷମତାର ଅପବ୍ୟବହାରକୁ ଦଲିଲ କରିବାକୁ ଏକ ଉତ୍କୃଷ୍ଟ ପ୍ରୟାସ କରିଛନ୍ତି । ଏହାସହ ଶାନ୍ତି ଓ ଗଣତନ୍ତ୍ରର ସ୍ଥାପନା ପାଇଁ ନାଗରିକ ସମାଜର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଜେତାମାନେ ସମାଲୋଚନାର ଅଧିକାର ତଥା ନିଜ ଦେଶରେ ଲୋକଙ୍କ ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ଓକିଲାତି କରିଛନ୍ତି ।

Share