Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଝଟ୍‌କା: ହଠାତ୍‌ ସନ୍ନ୍ୟାସ ନେଇ ଘୋଷଣା କଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୮: ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ ହାଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଏନେଇ ଶୁକ୍ରବାର ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ ଶେୟାର କରିଛନ୍ତି। ଗତ ବର୍ଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ସେ ଜାତୀୟ ଦଳରେ ସାମିଲ ଥିଳେ। ଉକ୍ତ ବିଶ୍ୱକପ୍‌ରେ ଇଂଲଣ୍ଡ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା।
୩୪ ବର୍ଷୀୟ ଆଲେକ୍ସ କହିଛନ୍ତି, ଦୟାକରି ଧ୍ୟାନ ଦିଅନ୍ତୁ। ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି।

ତିନୋଟି ଫର୍ମାଟକୁ ମିଶାଇ ୧୫୬ ଥର ନିଜ ଦେଶର ପ୍ରତିନିଧିତ୍ୱ କରିବା ସୈାଭାଗ୍ୟର ବିଷୟ ଥିଲା। ମୁଁ କିଛି ସ୍ମୃତି ଏବଂ ବନ୍ଧୁତା ସାରା ଜୀବନ ଲାଗି କରିସାରିଛି। ଏବେ ଆଗକୁ ବଢ଼ିବାର ସଠିକ ସମୟ ବୋଲି ଭାବୁଛି। ଇଂଲଣ୍ଡ ପାଇଁ ଖେଳିବା ସମୟରେ ଉତ୍ଥାନ-ପତନ ଦେଖିଛି। ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା। ମୋର ଦଳ ପାଇଁ ଶେଷ ମ୍ୟାଚ୍‌ ବିଶ୍ୱକପ୍‌ ଫାଇନାଲ ଥିଲା। ଏହି ସମୟରେ ମୋର ବନ୍ଧୁ, ପରିବାର, ପ୍ରଶଂସକମାନେ ଭରପୂର ସମର୍ଥନ କରିଥିଲେ। ତେବେ ସେ ଘରୋଇ କ୍ରିକେଟରେ ନଟିଂହାମଶାୟର ସହ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି।

ତେବେ ୨୦୨୯ରେ ଦିନିକିଆ ବିଶ୍ୱକପ୍‌ ଲାଗି ଆଲେକ୍ସଙ୍କ ନାମ ଦଳରେ ସାମିଲ ଥିଲା। ହେଲେ ସେ ମନୋରଞ୍ଜନ ଲାଗି ଡ୍ରଗ୍ସ ନେଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ସେ ୩ ବର୍ଷ ଯାଏ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିଲେ। ହେଲେ ଗତ ବର୍ଷ ପାକିସ୍ତାନ ବିପକ୍ଷ ସିରିଜ ଜରିଆରେ ଦଳକୁ ଫେରିଥିଲେ। ଏବେ ସେ ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଅବସର ନେବାକୁ ଘୋଷଣା କରିବା ପରେ ଇଂଲଣ୍ଡକୁ ବଡ ଝଟ୍‌କା ଲାଗିଛି ବୋଲି କୁହାଯାଇପାରେ।

Share