Categories: ଖେଳ

‘କେବେ ଭାବି ନ ଥିଲି ପୁଣି ଥରେ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବ’

ଲଣ୍ଡନ,୧୭।୯: ପୁଣି ଥରେ ନିଜ ଦେଶର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବି ବୋଲି କେବେ ବି ଭାବି ନ ଥିଲି। କିଛି ଏଭଳି କହି ଚର୍ଚ୍ଚାରେ ଇଂଲଣ୍ଡ ଓପନର୍‌ ଆଲେକ୍ସ ହାଲ୍ସ। ୨୦୧୯ ରେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ସେ। ଏବେ ୩୩ ବର୍ଷୀୟ ହାଲ୍ସଙ୍କୁ ପାକିସ୍ତାନ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ସୁଯୋଗ ମିଳିଛି। ଜନି ବେୟାରଷ୍ଟୋ ଆହତ ଥିବା ଯୋଗୁ ହାଲ୍ସଙ୍କୁ ଇଂଲଣ୍ଡ ଲାଗି ଖେଳିବାର ଦ୍ୱିତୀୟ ସୁଯୋଗ ମିଳିଛି। ଏଥିଲାଗି ସେ ନିଜର ଖୁସିବ୍ୟକ୍ତ କରିଛନ୍ତି।

Share