ମେକ୍ସିକୋ,୨୩।୨: ଜର୍ମାନ ଟେନିସ ଖେଳାଳି ଆଲେକ୍ସଜାଣ୍ଡର ଜେରେଭ ପରାଜୟ ପରେ ଚିୟାର ଅମ୍ପାୟରଙ୍କୁ ଲଗାତାର ରାକେଟ୍ରେ ମାଡ଼ ମାରିଛନ୍ତି। ଏଭଳି ଘଟଣା ଘଟିଛି ଚଳିତ ମେକ୍ସିକାନ ଓପନର ପୁରୁଷ ଡବଲ୍ସ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ। ବ୍ରାଜିଲ ଖେଳାଳି ମାର୍ସେଲୋ ମେଲୋଙ୍କ ସହ ଯୋଡ଼ି କରି ଖେଳୁଥିବା ଜେରେଭଙ୍କୁ ୨-୬, ୬-୪, ୬-୧୦ ସେଟ୍ରେ ହରାଇ ଦେଇଥିଲେ ଲଏଡ ଗ୍ଲାସପୁଲ ଓ ହାରି ହେଲିଭାରାଙ୍କ ଯୋଡ଼ି।
ପରାଜୟ ପରେ ଜେରେଭ ଉତ୍ତ୍ୟକ୍ତ ହୋଇ ଚେୟାର ଅମ୍ପାୟରଙ୍କ ଗୋଡ଼କୁ ର଼୍ୟାକେଟରେ ଲଗାତାରା ମାଡ଼ ମାରିଥିଲେ। ହେଲେ ସୌଭାଗ୍ୟ ବଶତଃ ଏଥିରେ ଅମ୍ପାୟର ଆହତ ହୋଇ ନ ଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଜର୍ମାନୀ ଖେଳାଳିଙ୍କ କାର୍ଯ୍ୟକୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି।