ନଭାଲନିଙ୍କୁ ୯ ବର୍ଷ ଜେଲ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନି ଏକ ଠକେଇ ଏବଂ ଅଦାଲତ ଅବମାନନା ମାମଲାରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୯ ବର୍ଷ ଜେଲ ଦଣ୍ଡ ସହ ୧.୨ ନିୟୁତ ରୁବଲ (ପ୍ରାୟ ୧୧,୫୦୦ ଡଲାର) ଜରିମାନା ଆଦେଶ ଦିଆଯାଇଛି। ବର୍ତ୍ତମାନ ନଭାଲନି ମସ୍କୋର ଏକ ଜେଲ୍‌ରେ ଅନ୍ୟ ଏକ ଅଢ଼େଇ ବର୍ଷିଆ ଦଣ୍ଡାଦେଶ ଭୋଗୁଛନ୍ତି। ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ନଭାଲନି ଖଣ୍ଡନ କରିଛନ୍ତି। ନଭାଲନିଙ୍କୁ ଯଥାସମ୍ଭବ ସର୍ବାଧିକ ସମୟ ଜେଲରେ ରଖିବା ପାଇଁ ପୁଟିନ୍‌ ଚକ୍ରାନ୍ତ କରିଥିବା ତାଙ୍କ ସମର୍ଥକମାନେ କହିଛନ୍ତି।

Share