କୋଭାକ୍ସିନ୍‌ରେ ମିଶାଯିବ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କୋଭାକ୍ସିନ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ଅଧିକ ସୁଫଳ ମିଳିବା ପାଇଁ କୋଭାକ୍ସିନ୍‌ରେ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨ ନାମକ ଏକ ବୁଷ୍ଟର ମିଶ୍ରିତ କରାଯିବ। ଏହି ବୁଷ୍ଟର ଟିକାର ହ୍ୟୁମାନ ରେସପନ୍ସ୍‌କୁ ସୁଦୃଢ଼ କରିପାରିବ ବୋଲି ଭାରତ ବାୟୋଟେକ୍‌ କହିଛି। ଏହାଦ୍ୱାରା ଶରୀରରେ ଶୀଘ୍ର ଆଣ୍ଟିବଡ଼ି ସୃଷ୍ଟି ହେବ। ଏହା ସହିତ ଅଧିକ ସମୟ ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରିବ। ଭିରୋଭାକ୍ସ୍‌ ଔଷଧ କମ୍ପାନୀ ପକ୍ଷରୁ ଭାରତ ବାୟୋଟେକ୍‌କୁ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨ର ପ୍ରୟୋଗ ପାଇଁ ଳାଇସେନ୍ସ୍‌ ପ୍ରଦାନ କରାଯାଇଛି। ସମ୍ପ୍ରତି କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏନେଇ ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣା ଏଲ୍ଲାଙ୍କ ଅନୁସାରେ କେତେକ ଔଷଧ କମ୍ପାନୀ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨ ବୁଷ୍ଟରର ବ୍ୟବହାର କରୋନା ଟିକା ପ୍ରସ୍ତୁତିରେ କରିଛନ୍ତି। ଏଥିରେ ସୁଫଳ ମିଳିଛି। ତେଣୁ ଭାରତ ବାୟୋଟେକ୍‌ ଏହାର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି।

Share