୧୧୦ ବର୍ଷ ପୁରୁଣା କ୍ଲବରେ ହେବ ଅଲି ଫାଜଲ-ରୁଚା ଚଢାଙ୍କ ୱେଡିଂ ରିସେପଶନ, ମେମ୍ବରଶିପ ପାଇଁ ଲାଗିଯାଏ ବର୍ଷବର୍ଷ

ମୁମ୍ବାଇ: ବଲିଉଡରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ । ବିୟୁଟିଫୁଲ ଆକ୍ଟ୍ରେସ୍ ରୁଚା ଚଢା ଓ ଅଲି ଫାଜଲ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି । କପୁଲଙ୍କ ବିବାହ ଡେଟ୍‌ବି ସାମ୍ନାକୁ ଆସି ସାରିଛି । ଅଲି ଫାଜଲ ଓ ରୁଚା ଚଢାଙ୍କ ବିବାହ ରଶମ ୩ଦିନ ଧରି ଚାଲିବ । ଏମାନଙ୍କ ବିବାହ ଅକ୍ଟୋବର ୩ରେ ମୁମ୍ବାଇରେ ହେବ । ହେଲେ ବିବାହ ପୂର୍ବରୁ ହଲଦି-ମେହନ୍ଦୀ ରଶମ ସେପ୍ଟେମ୍ବର ଶେଷକୁ ହେବ ରୁଚା ଓ ଅଲି ଫାଜଲଙ୍କ ସମସ୍ତ ପ୍ରିୱେଡିଂ ଫଙ୍କସନ ଦିଲ୍ଲୀରେ ହେବ । ହେଲେ ଉଭୟ ମୁମ୍ବାଇରେ ବିବାହ କରିବେ । ନୂଆ ଜୀବନ ଆରମ୍ଭ କରିବେ ।
ଏହି ଯୋଡି ବିବାହ ପରେ ତାଙ୍କର ୱେଡିଂ ରିସେପଶନ ହୋଷ୍ଟ କରିବେ । ଗୋଟିଏ ରିସେପଶନ ଦିଲ୍ଲୀରେ ହେବ । ଅନ୍ୟଟି ମୁମ୍ବାଇରେ ହେବ । କପଲଙ୍କ ଦିଲ୍ଲୀରେ ହେବାକୁ ଥିବା ରିସେପଶନର ଡିଟେଲ୍ସ ସାମ୍ନାକୁ ଆସିଛି । ଦିଲ୍ଲୀରେ ରୁଚା ଚଢା ଓ ଅଲି ଫାଜଲଙ୍କ ରିସେପଶନ ଦେଶର ସବୁଠାରୁ ପୁରୁଣା କ୍ଲବ ମଧ୍ୟରୁ ଗୋଟିକରେ ହେବ । ଏହି କ୍ଲବ ୧୧୦ ବର୍ଷ ପୁରୁଣା ଆଇକନିକ ଲ୍ୟାଣ୍ଡମାର୍କ ଅଟେ । କୁହାଯାଉଛି କି କ୍ଲବର ଏତିକି ବିଶେଷତା ରହିଛି ଯେ ଏହାର ମେମ୍ବରଶିପ ପାଇବା ପାଇଁ ୩୭ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଚିନ୍ତା କରନ୍ତୁ ଯଦି ଭେନ୍ୟୁ ଏତେ ସ୍ପେଶାଲ ତେବେ ପଙ୍କସନ କେତେ ସୁନ୍ଦର ହୋଇଥିବ ।

Share