ସେପ୍ଟେମ୍ବର ଶେଷ ସପ୍ତାହରେ ବିବାହ କରିବେ ରିଚା-ଅଲ୍ଲୀ ଫାଜଲ୍‌!

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲ୍ଲୀ ଫାଜଲ୍‌ ତାଙ୍କ ବିବାହକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଏକ ଅପ୍‌ଡେଟ୍‌ ଆସିଛି ଯେ, ଏହି ଲଭ୍‌ବାର୍ଡ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ବିବାହ ବନ୍ଧନରେ ବାନ୍ଧି ହେବେ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛି। ମୁମ୍ବାଇର ଏକ ହୋଟେଲରେ ଦୁହେଁ ବିବାହ କରିବେ। ଏହାସହ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ। ତେବେ ତାଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ରହିବେ ବୋଲି ଜଣାପଡିଛି। କହିରଖୁଛୁ, ରିଚା-ଅଲ୍ଲୀ ଏପ୍ରିଲ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। କିନ୍ତୁ କରୋନା ମହାମାରୀ ଏବଂ କୌଣସି କାମ ଯୋଗୁ ବିବାହ ବିଳମ୍ବ ହୋଇଥିଲା। ହେଲେ ଏବେ ଶେଷରେ ଦୁହେଁ ସେପ୍ଟେମ୍ବର ଶେଷ ଶୁଦ୍ଧା ବିବାହ କରିବାକୁ ଯାଉଛନ୍ତି।

Share