ଭିକ୍ଟ୍ରିନାଙ୍କୁ କପି କରିବାକୁ ଚାହୁଁଥିଲେ ରୁଚା ଚଢା-ଅଲି ଫାଜଲ!

ମୁମ୍ବାଇ: କିଛି ମାସ ତଳେ ଅନୁଷ୍ଠିତ ହୋଇ ଯାଇଛି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଳଙ୍କ ବିବାହ ଉତ୍ସବ । ଯାହାର ଏହି କଥା ମନେ ଥିବ ସେ ମଧ୍ୟ ଏହି ବିବାହରେ ଯେଉଁସବୁ କଟକଣା ଲଗାଯାଇଥିଲା ତାକୁ ବି ମନେ ରଖିଥିବେ । ଏମିତି କିଛି ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି ରୁଚା ଚଢା ଓ ଅଲି ଫାଜଲ ତାଙ୍କ ବିବାହ ଉତ୍ସବରେ । ମନେଥିବ ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ଅତିଥିମାନଙ୍କୁ ମୋବାଇଲ ବାରଣ କରାଯାଇଥିଲା । ଠିକ୍ ସେମିତି ରୁଚା ଚଢା ଓ ଅଲି ଫାଜଲଙ୍କ ବିବାହରେ ହେବାକୁ ଯାଉଥିବା ଶୁଣିବାକୁ ମିଳିଛି । ହେଲେ ଏହାର ପ୍ଲାନିଂଙ୍ଗ ଜାଣିବା ପରେ ସମସ୍ତେ ଚମକି ପଡିଛନ୍ତି ।
ରୁଚା-ଅଲିଙ୍କ ବିବାହରେ ଅତିଥିଙ୍କୁ ଫୋନରେ ସମୟ ନଷ୍ଟ ନ କରିବାକୁ କୁହାଯାଇଛି । ସମସ୍ତେ ସେମାନଙ୍କ ଫୋନ କ୍ୟାରି କରିପାରିବେ । ହେଲେ ବିବାହର ଯେଉଁ ମୁହୂର୍ତ୍ତକୁ କେହି ବି ମିସ୍ କରିବା କଥା ନୁହେଁ ତାଙ୍କୁ ଏନଜୟ କରିବାକୁ ପରାମର୍ଶ ଦିଆଯାଇଛି ।

Share