ଜସ୍ମିନ-ଅଲିଙ୍କ ବ୍ରେକ୍‌ଅପ୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭସିନ ଅନ୍ୟତମ। ବିଗ୍‌ ବସ୍‌ ଘରେ ଉଭୟଙ୍କୁ ପ୍ରଥମେ ଯୋଡ଼ି ଭାବେ ଦେଖିବାକୁ ମିଳିଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନ ଥିବା କୁହାଯାଉଛି। ଏପରିକି ଉଭୟଙ୍କ ମଧ୍ୟରେ ବ୍ରେକ୍‌ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଗୋଟିଏ ପଟେ ପ୍ରଶଂସକ ସତ କ’ଣ ମିଛ କ’ଣ ଜାଣିବାକୁ ଚାହିଁ ରହିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଅଲି। ତାଙ୍କ ଭିତରେ ଝଗଡ଼ା ହୋଇଛି ସତ। ହେଲେ ତାର ଅର୍ଥ ନୁହେଁ ସେମାନେ ଅଲଗା ହୋଇଛନ୍ତି। ସବୁ ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏହାର ଅର୍ଥ ନୁହେଁ ସେମାନେ ଅଲଗା ହୋଇଯାଇଛନ୍ତି। ଜସ୍ମିନଙ୍କ ସହ ସେ ଭ୍ୟାଲେଣ୍ଟାଇନ୍‌ ଡେ’ ପାଳନ କରିଛନ୍ତି। ଏବେ ଅଲିଙ୍କ ଜନ୍ମଦିନ ପାଇଁ ଉଭୟ ଛୁଟିରେ ଥିବା ସେ ସ୍ପଷ୍ଟ କରିଛନ୍ତି।

ଗତ ବର୍ଷ ଡିସେମ୍ବରରେ ଅଲି ଜସ୍ମିନଙ୍କୁ ବିବାହ କରିବାର ଯୋଜନା କରୁଥିବା କଥା କହିଥିଲେ।

Share