ତୃତୀୟ ଥର ଲାଗି ବିବାହ ବନ୍ଧନରେ ଅଲି

ବମ୍ବେ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ଅଲି ମର୍ଚାଣ୍ଟ। ଦୀର୍ଘଦିନର ପ୍ରେମିକା ଅଦଲିବ୍‌ ଜୈଦିଙ୍କ ହାତ ଧରିଛନ୍ତି ସେ। ଲକ୍ଷ୍ନୌରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ ହୋଇଥିଲେ। ଏବେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସେ କିଛି ଫଟୋ ଶେୟାର କରି ଖୁସିଖବର ଜଣାଇଛନ୍ତି। ଏହାପରେ ତାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି।

ଏକ ଫ୍ୟାଶନ ଇଭେଣ୍ଟରେ ଅଦଲିବଙ୍କୁ ଭେଟିଥିଲେ ଅଲି। ଉଭୟ ପରସ୍ପରକୁ ଏକ ବର୍ଷ ଧରି ଡେଟ୍‌ କରି ଆସୁଥିଲେ। ସେ ସମ୍ପର୍କକୁ ଆଗକୁ ନେବାକୁ ଯାଇ ବିବାହ କରିଛନ୍ତି। ଆଜିକାଲି ଅଭିନେତା ଓ୍ବେବ୍‌ ସିରିଜରେ କାମ କରୁଥିବା ବେଳେ ଟେଲି ପରଦାରୁ ବ୍ରେକ୍‌ ନେଇଛନ୍ତି। ନିକଟରେ ଅଭିନେତା ଲକ୍‌ଅପରେ ନଜର ଆସିଥିଲେ। ହେଲେ ତାଙ୍କ ଗେମ୍‌ ସେତେଟା ପସନ୍ଦ ଆସି ନ ଥିଲା।

Share