ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଲି ମର୍ଚାଣ୍ଟ, ବୁର୍ଜ ଖଲିଫା ନିକଟରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍‌…

ବମ୍ବେ: ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତା ଅଲି ମର୍ଚାଣ୍ଟ। ନିକଟରେ ସେ ପ୍ରେମିକା ଅଦଲିବ୍‌ ଜୈଦିଙ୍କ ସହ ସମ୍ପର୍କ ପରେ ମୋହର ମାରିଥିଲେ। ଏବେ ସେ ତାଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ବେଳେ ଏଥିନେଇ ଡେଟ୍‌ ସାମ୍ନାକୁ ଆସିଛି। ନିଜ ଇନଷ୍ଟାଗ୍ରାମରେ ଅଲି ଏହାର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ବୁର୍ଜ ଖଲିଫା ସମ୍ମୁଖରେ ବିବାହ ଲାଗି ପ୍ରପୋଜ କରୁଥିବା ଦେଖାଯାଉଛି।

ନଭେମ୍ବର ୨ରେ ଅଲି ପ୍ରେମିକା ଅଦଲିବଙ୍କୁ ବିବାହ କରିବେ। ତେବେ ଏହା ଅଲିିଙ୍କର ତୃତୀୟ ବିବାହ । ଏହି ବିବାହ ଲକ୍ଷ୍ନୌରେ ହେବ। ଏଥିରେ କେବଳ ପରିବାର ଏବଂ ବନ୍ଧୁମାନେ ଯୋଗ ଦେବେ ବୋଲି ବୋଲି ସ୍ପଷ୍ଟ ହୋଇଛି।

ଅଭିନୟ ଜୀବନ ଦେଖିଲେ ବିଗ୍‌ବସ୍‌ ତଥା ଲକ୍‌ଅପ୍‌ ଫେମ ଅଲିଙ୍କ ନିକଟରେ ଫିଲ୍ମ ଏବଂ ଓ୍ବେବ୍‌ ସିରିଜ୍‌ର ଲମ୍ବା ଲାଇନ୍‌। ଅଦଲିବ୍‌ ମଧ୍ୟ ପେସାରେ ଜଣେ ମଡେଲ। ଉଭୟ ଏକ ଫ୍ୟାଶନ ଶୋ’ରେ ପରସ୍ପରକୁ ଭେଟିଥିଲେ।

Share