Advertisement

ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଏହି ପାକିସ୍ତାନୀ ଅଭିନେତା

ବମ୍ବେ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ କାମ କରିବାକୁ କଳାକାରମାନେ ଚାହିଁ ରହିଛନ୍ତି। ହେଲେ ଜଣେ ପାକିସ୍ତାନୀ ଅଭିନେତା ଏବେ ତାଙ୍କ ସହ କାମ କରିବାକୁ ଚାହୁଁ ନ ଥିବା କହି ଚର୍ଚ୍ଚାରେ ଅଛନ୍ତି। ସେ ହେଲେ ଅଭିନେତା ତଥା ଗାୟକ ଅଲି ଜାଫର। କାରଣ ଉଭୟ ଦେଶର ରାଜନୈତିକ ସମୀକରଣ ଦେଖିଲେ ତାଙ୍କ ସହ କାମ କରିବା ଠିକ୍‌ ହେବ ନାହିଁ ବୋଲି କହିଛନ୍ତି ସେ। ମାତ୍ର ଶେହନାଜ ଗିଲଙ୍କ ସହ କାମ କରିବାକୁ ସେ ଚାହିଁ ବସିଥିବା କହିଛନ୍ତି। ଯଦି ସେ ଅନୁମତି ଦିଅନ୍ତି ତେବେ ସେ ଏକ ଗୀତରେ ତାଙ୍କ ସହ କାମ କରିବାକୁ ଚାହିଁବେ ବୋଲି ସେ ମଧ୍ୟ କହିଛନ୍ତି।

୨୦୧୦ରେ ବଲିଉଡରେ ଅଲି ନିଜର କ୍ୟାରିୟର ଆରମ୍ଭ କରିଥିଳେ। ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ତେରେ ବିନ୍‌ ଲାଡେନ୍‌’। ଏହାପରେ ସେ ମୋଟ ୯ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଶେଷ ଥର ପାଇଁ ‘ଡିଅର ଜିନ୍ଦେଗୀ’ରେ ନଜର ଆସିଥିଲେ। ୨୦୧୬ ଉରି ଆକ୍ରମଣ ଘଟଣା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା ବଲିଉଡ୍‌ରେ ପାକିସ୍ତାନୀ କଳାକାର କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ। ୨୦୧୯ରେ ପୁଲଓ୍ବାମା ଆକ୍ରମଣ ପରେ ପାକ୍‌ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଥିଲା। ସେବେଠାରୁ ଅଭିନେତା ଆଉ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି। ହେଲେ ନିଜର ଅଭିନୟ ସାଙ୍ଗକୁ ଗୀତ ଗାଇବାର ଶୈଳୀରେ ସେ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share