ବୟଫ୍ରେଣ୍ଡ୍‌ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। କିନ୍ତୁ ଏଥର ତାଙ୍କ ସହ ବୟଫ୍ରେଣ୍ଡ ରଣବୀର କପୁର ଉପସ୍ଥିତ ନ ଥିଲେ। କରୋନା ଆକ୍ରାନ୍ତ ହୋଇଥିବାରୁ ସେ ଏବେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ନିର୍ଦ୍ଦେଶକ କରଣ ଜୋହରଙ୍କ ଘରେ ଆଲିଆଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ରଣବୀର ସିଂ, ଦୀପିକା ପାଦ୍ୟୁକୋନ୍‌, ଆଦିତ୍ୟ ରୟ କପୁର, ଅର୍ଜୁନ କପୁର, ମଲାଇକା ଆରୋରାଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଆଲିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ସୀତା ଭୂମିକାରେ ନଜର ଆସିବେ। ତାଙ୍କ ଜନ୍ମଦିନରେ ଫିଲ୍ମର ଫାର୍ଷ୍ଟ ଲୁକ ରିଲିଜ ହୋଇଛି। ଏଥିରେ ଆଲିଆଙ୍କ ଲୁକ୍‌କୁ ଦେଖି ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିବାରେ ଲାଗିଛି। ଏହି ବିଗ ବଜେଟ ଫିଲ୍ମରେ ରାମ ଚରଣ, ଜୁନିଅର ଏନ୍ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଛନ୍ତି। ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୧୩ରେ ରିଲିଜ ହେବ।

Share