Advertisement

ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ, ବରୁଣଙ୍କୁ ଭାବିଲେ ରଣବୀର

ମୁମ୍ବାଇ,୧୬।୪: ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ। ବରୁଣଙ୍କୁ ରଣବୀର ଭାବିଲେ ଆଲିଆ। ବି-ଟାଉନର ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ଏବେ ଚର୍ଚ୍ଚାରେ। ରଣବୀରଙ୍କ ପ୍ରତି ଆଲିଆଙ୍କ କ୍ରସ ଥିବା ନେଇ ବହୁଥର ସେ ଇଣ୍ଟରଭ୍ୟୁରେ ମଧ୍ୟ ସ୍ବୀକାର କରିଛନ୍ତି। ଉଭୟ ଏବେ ରିଲେସନ୍‌ସିପ୍‌ରେ ଥିବା ବେଳେ ସର୍ବ ସମ୍ମୁଖରେ ଦୁଇଜଣଙ୍କ ଭିତରେ ରୋମାଣ୍ଟିକ୍‌ କେମେଷ୍ଟ୍ରିି ଦେଖିବାକୁ ମିଳିଛି। ଆଲିଆ ନିଜ ବିଜି ସିଡ୍ୟୁଲ୍‌ରେ ବି ରଣବୀରଙ୍କୁ କେତେ ମନେପକାଉଛନ୍ତି ତାହା ତାଙ୍କ ଏକ ଭୁଲରୁ ବାରି ହୋଇପଡ଼ୁଛି। ସୂଚନାଯୋଗ୍ୟ, ଫିଲ୍ମ କଳଙ୍କର ପ୍ରମୋସନ ପାଇଁ ଏବେ ଷ୍ଟାର କାଷ୍ଟମାନେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ପାଇଁ ବରୁଣ ଧଓ୍ବନ, ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ବଲିଉଡ ହଙ୍ଗାମାରେ ପହଞ୍ଚିଥିଲେ। ଇଣ୍ଟରଭ୍ୟୁ ସମୟରେ ବରୁଣ ଆଲିଆଙ୍କ ମସ୍ତି କରିବା ସହ ତାଙ୍କ କେଶରେ ଲାଗିଥିଲେ। ସେହି ସମୟରେ ଆଲିଆ ରଣ.. କହି ରହିଯାଇଥିଲେ। ଏହାପରେ ବରୁଣଙ୍କୁ ତାଙ୍କ କେଶରେ ନ ଲାଗିବା ପାଇଁ କହିଥିଲେ। ଏହା କହିବା ପରେ ଆଲିଆ ଲାଜେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ସେଠାରେ ଥିବା ଷ୍ଟାର କାଷ୍ଟମାନେ ମଧ୍ୟ ତାଙ୍କୁ ଚିଡାଇବା ସହ ଜୋରରେ ହସିବାକୁ ଲାଗିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share