କନ୍ୟା ସନ୍ତାନର ମାଆ ହେଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଅ ଭଟ୍ଟ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟ ପିତାମାତା ହେବା ପରେ କପୁର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବଲିଉଡର ମୋଷ୍ଟ ଲଭିଙ୍ଗ କପୁଲ ପ୍ୟାରେଣ୍ଟ କପୁଲରେ ସାମିଲ ହୋଇଛନ୍ତି । ମୁମ୍ବାଇର ଏଚ ଏନ ହସ୍ପିଟାଲରେ ଆଲିଆ ରବିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ କପୁର ପରିବାରରେ ସେଲିବ୍ରେଶନସର ମାହୋଲ ଦେଖାଦେଇଛି । ସୂଚନଯୋଗ୍ୟ, ରବିବାର ସକାଳ ପ୍ରାୟ ୮ଟା ୨୦ରେ ଆଲିଆ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏହି ସମୟରେ ରଣବୀର କପୁର ବି ପାଖରେ ଉପସ୍ଥିତ ଥିଲେ ।

Share