ଗୁଡ୍‌ନ୍ୟୁଜ୍‌ ଦେଲେ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ସେ ଏହି ଖୁସି ଖବର ଦେଇଛନ୍ତି। ଆଲିଆ ହସ୍ପିଟାଲରୁ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେ ଅଲଟ୍ରାସାଉଣ୍ଡର ପରଦାରେ ଏକ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି। ଆଲିଆଙ୍କ ସହ ସ୍ବାମୀ ରଣବୀର କପୁର ନଜର ଆସିଛନ୍ତି। ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି – ଆମ ବେବି ଖୁବ୍‌ଶୀଘ୍ର ଆସିବ। ଆଲିଆଙ୍କ ଏହି ପୋଷ୍ଟ ଭାଇରାଲ ହୋଇଛି। ପ୍ରଶଂସକମାନେ ଆଲିଆ ଏବଂ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବିବାହର ମାତ୍ର ୨.୫ ମାସ ପରେ ଆଲିଆ ଗର୍ଭବତୀ ହୋଇଛନ୍ତି। ଏପ୍ରିଲ ୧୪ରେ ଆଲିଆ ଏବଂ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share