ସିଦ୍ଧାର୍ଥଙ୍କ ରିସେପ୍ସନରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି

ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଛନ୍ତି। ଏଥିରେ ଅନେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଛନ୍ତି। ସିଦ୍ଧାର୍ଥଙ୍କ ବିଶେଷ ଅତିଥିମାନଙ୍କ ମଧ୍ୟରେ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲିଆ ଏକ ଶାଢି ପିନ୍ଧି ସିଦ୍ଧାର୍ଥ-କିଆରାଙ୍କ ରିସେପ୍ସନରେ ପହଞ୍ଚିଥିଲେ। ନିକଟରେ ମା’ ହୋଇଥିବା ଆଲିଆ ଏକ ଶିମ୍‌ରି ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ନିଜ ଶାଶୁ ନୀତୁ ସିଂଙ୍କ ସେ ଏଠାକୁ ଆସିଥିଲେ।
ମୁମ୍ବାଇର ସେଣ୍ଟ ରେଗିସ ହୋଟେଲରେ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ରିସେପ୍ସନ ଅନୁଷ୍ଠିତ ହୋଇଥିଲା। ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ ବଲିଉଡର ସେଲିବ୍ରିଟମାନେ ମଧ୍ୟ ଏହି ନବଦମ୍ପତିଙ୍କ ରିସେପ୍ସନରେ ନଜର ଆସିଥିଲେ। ଅଭିଷେକ ବଚ୍ଚନ, ଅକ୍ଷୟ କୁମାର, ବରୁଣ ଧାୱନ, ଅନିଲ କପୁର, ଅଜୟ ଦେବଗନ, କାଜୋଲ, ଜୁହି ଚାୱଲା ଇତ୍ୟାଦି ମଧ୍ୟ ରିସେପ୍ସନ ପାର୍ଟିରେ ନଜର ଆସିଥିଲେ।
ଫିଲ୍ମ ‘ଶେରଶାହ’ ସେଟ୍‌ରେ ସିଦ୍ଧାର୍ଥ-କିଆରାଙ୍କ ଭେଟ ହୋଇଥିବା ବେଳେ ତା’ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ବିବାହ କଥା ଉଠୁଥିଲା। ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

 

Share