ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ ପରି ଚଳିତବର୍ଷ ଜୀ ସିନେମା ପୁରସ୍କାର ୨୦୨୩ ଆୟୋଜିତ ହୋଇଥିଲା। ରବିବାର ରାତିରେ ମୁମ୍ବାଇର ଷ୍ଟାରମାନଙ୍କ ନାମରେ ଏହା ନାମିତ ହୋଇଛି। ଶାହିଦ କପୁର, ରଶ୍ମିକା ମନ୍ଧାନା, କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ, ବବି ଦେଓଲ, ଟାଇଗର ଶ୍ରଫ, ବରୁଣ ଧାଓ୍ବନ ଏବଂ ଆଲିଆ ଭଟ୍ଟଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ।

ମା’ ହେବା ପରେ ଅଭିନେତ୍ରୀ ଆଲିଆ ରେଡ୍‌ କାର୍ପେଟରେ ଯୋଗ ଦେଇଥିଲେ। ସେ ଏକ ଥାଇ-ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆଲିଆଙ୍କ ଏହି ଲୁକ୍‌ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଅଭିନେତ୍ରୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପୁରସ୍କାର ବି ପାଇଥିଲେ।

ସେହିପରି ‘ଭୁଲ ଭୁଲାୟା-୨’ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। ଏହି ଫିଲ୍ମ କରୋନା ଅବଧି ଏବଂ ଲକ୍‌ଡାଉନ୍‌ ପରେ ହିଟ୍‌ ହୋଇଥିବା ପ୍ରଥମ ଫିଲ୍ମ ଥିଲା। କାର୍ତ୍ତିକ ଏହି ଫିଲ୍ମରେ ଏକ ଦମ୍‌ଦାର ପ୍ରଦର୍ଶନ କରିଥିଲେ। କିଆରା ଆଡଭାନୀ ଏବଂ ତବୁ ତାଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ।

Share