ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି ବୟ ଫ୍ରେଣ୍ଡ ରଣବୀର କପୁର । ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି ରଣବୀର କରୋନାରେ ପୀଡ଼ିତ । ଏକଥା ନିଜେ ରଣବୀଙ୍କ ମା’ ନିତୁ କପୁର ଜଣାଇଥିଲେ । ଏହାପରେ ରଣବୀରଙ୍କ ସମସ୍ତ ପର୍ସନାଲ ଓ ପ୍ରଫେସନାଲ ପ୍ରୋଗ୍ରାମକୁ କ୍ୟାନସେଲ କରାଯାଇଛି । ଏକ ନ୍ୟୁଜ ପୋର୍ଟାଲର ଖବର ଅନୁଯାୟୀ, ରଣବୀର ନିଜ ଗର୍ଲ ଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ପାଇଁ ୧୫ ମାର୍ଚ୍ଚରେ ଏକ ଛୋଟ ଗେଟ-ଟୁଗେଦର ପାର୍ଟି ରଖିଥିଲେ । ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପାର୍ଟିକୁ ପୋଷ୍ଟପୋନ୍ କରି ଦିଆଯାଇଛି ।

Share