ଆଲିଆ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ବଲିଉଡର କ୍ୟୁଟ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ସର୍ବଦା ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେବେ ବି ଏହି ଯୋଡି ନିଜ ସମ୍ପର୍କକୁ ନେଇ ମୁହଁ ଖୋଲନ୍ତି ନାହିଁ। ଏବେ ଆଲିଆଙ୍କ ପୋଷ୍ଟ ସୋସିଆଲ ମିଡିଆରେ ହଙ୍ଗାମା ମଚେଇଛି। ଆଲିଆଙ୍କ ଅପକମିଂ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲରକୁ ରଣବୀର ‘ସୁପର’ ବୋଲି କହିଥିବା ବେଳେ ଆଲିଆ ବି କହିଛନ୍ତି ‘ବେଷ୍ଟ ବୟଫ୍ରେଣ୍ଡ ଏଭର’। ଇଣ୍ଟରନେଟରେ ଧୁମ୍‌ ମଚାଉଛି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଥିବା ବେଳେ ଦେଖୁ ଦେଖୁ ୟୁଜର୍ସଙ୍କ ମଧ୍ୟରେ ଏହାର କ୍ରେଜ ଦେଖିବାକୁ ମିଳିଛି। ଏପରିକି ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଫ୍ୟାନ୍ସ ।

Share