ଖୁସିଖବର ଦେବା ପରେ ଡିପି ବଦଳାଇଲେ ଆଲିଆ

ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହି ଗୁଡନ୍ୟୁଜ୍‌ ସେ ନିଜେ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଏହି ଘୋଷଣା ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଡିପି ମଧ୍ୟ ବଦଳାଇ ଦେଇଛନ୍ତି। ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ ନିଜର ଇନଷ୍ଟାଗ୍ରାମ ଡିପିରେ ବିବାହର ଏକ ସୁନ୍ଦର ଫଟୋ ରଖିଥିଲେ। ଗର୍ଭଧାରଣ ଘୋଷଣା ପରେ ଆଲିଆ ସ୍ବାମୀ ରଣବୀରଙ୍କ ସହ ଏକ ରୋମାଣ୍ଟିକ ଫଟୋ ରଖିଛନ୍ତି। ଏହି ଫଟୋରେ ଦୁହେଁ ପରସ୍ପରର ନିକଟତର ହୋଇଛନ୍ତି। ଏହି ଫଟୋ ଆଲିଆଙ୍କର ସବୁଠୁ ପସନ୍ଦର ଫଟୋ।
ବିବାହର ୨ ମାସ ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ପୋଷ୍ଟ କରି ‘ଆମ ବେବି ଖୁବଶୀଘ୍ର ଆସିବ ବୋଲି ଆଲିଆ ଲେଖିଛନ୍ତି।
ଦୀର୍ଘ ଦିନ ଧରି ଡେଟ କରିବା ପରେ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ଆଲିଆ ଓ ରଣବୀର ବିବାହ କରିଥିଲେ। ତେବେ ବିବାହର ତିନି ମାସ ପରେ ପରେ ହିଁ ଏହି ଦମ୍ପତି ଗୁଡ ନ୍ୟୁଜ ଦେଇଥିବା ଯୋଗୁ ଭଟ୍ଟ ଓ କପୁର ପରିବାର ଭିତରେ ଖୁସିର ଛାୟା ଖେଳି ଯାଇଛି।

Share