ବମ୍ବେ: ସ୍ବାମୀଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ। ଆମେ କହୁଛୁ ବଲିଉଡର ଦୁଇ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ୍ଙ୍କ ବିଷୟରେ। ଦିନ ଥିଲା ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ କ୍ୟାଟ୍। ହେଲେ ଏବେ ସେ ବିକ୍କି କୌଶଲଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆଲିଆ ବି ରଣବୀରଙ୍କୁ ବିବାହ କରିବା ପରେ କନ୍ୟା ସନ୍ତାନର ଜନନୀ ହୋଇ ଖୁସି ଅଛନ୍ତି। ଅତୀତକୁ ଭୁଲି ଏବେ ଦୁହେଁ ପରସ୍ପରର ଭଲ ବନ୍ଧୁ ପାଲଟିଛନ୍ତି।
ନିକଟରେ କଟ୍ରିନା ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ଅଭିନେତ୍ରୀଙ୍କ ଦେଶୀ ଲୁକ୍ ଦେଖିବାକୁ ମିଳିଛି। ଏଥିରେ ଆଲିଆ ପ୍ରତିକ୍ରିୟା ଦେବା ପରେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କଟ୍ରିନା ହଳଦିଆ ରଙ୍ଗର ଶାଢିରେ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଆଲିଆ କମେଣ୍ଟ ଦେଇ ବେଶ ସୁନ୍ଦରୀ ଲାଗୁଛ କ୍ୟାଟି ବୋଲି କହିଥିଲେ। ଏଥିସହ ଏକ ହୃଦୟ ଇମୋଜି ମଧ୍ୟ ଥିଲା। ଏବେ ଆଲିଆଙ୍କ କମେଣ୍ଟ ବେଶ ଭାଇରାଲ ହେଉଛି।