ରାଗିଛନ୍ତି ଆଲିଆ

ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ଟଟି ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ଆର୍‌ଆର୍‌ଆର୍‌’ରେ ଚରିତ୍ର କମ୍‌ ଥିବାରୁ ଆଲିଆ ଖୁସି ନାହଁାନ୍ତି। ସେ ଫିଲ୍ମର ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ଉପରେ ରାଗିଥିବା କୁହାଯାଉଛି। ଫିଲ୍ମର ଶେଷ ଏଡିଟିଂ ବେଳେ ଆଲିଆ ତାଙ୍କ ଛୋଟ ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାରଣରୁ ସେ ଇନଷ୍ଟାଗ୍ରାମରେ ‘ଆର୍‌ଆର୍‌ଆର୍‌’ ସମ୍ବନ୍ଧୀୟ ଅନେକ ପୋଷ୍ଟ ଡିଲିଟ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ ଥିବା ଗୋଟିଏ କିମ୍ବା ଦୁଇଟି ପୋଷ୍ଟ ଏବେ ବି ଦୃଶ୍ୟମାନ ହେଉଛି।
ଆଲିଆ ସୀତା ଭୂମିକାରେ ‘ଆର୍‌ଆର୍‌ଆର୍‌’ରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସେ ଜୁନିଅର୍‌ ଏନ୍‌ଟିଆର୍‌, ରାମଚରଣ ଏବଂ ଅଜୟ ଦେବଗନ ଭଳି ତାରକାଙ୍କ ସହ କାମ କରିଛନ୍ତି। କୁହାଯାଉଛି ଫିଲ୍ମରେ ଆଲିଆଙ୍କ ଚରିତ୍ର ଖୁବ୍‌ କମ୍‌ ରହିଛି।
ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଭୟ ଆୟ କରୁଛି। ଫିଲ୍ମଟି ଟି ରିଲିଜ ହେବାର ତୃତୀୟ ଦିନରେ ବିଶ୍ୱରେ ୨୦୦ କୋଟି ଟଙ୍କା ରୋଜଗାର କରିଛି।

Share