ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତି…

ବମ୍ବେ: ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ଜଣେ ଆଗଧାଡ଼ିର ନାୟିକା। ୨୦୧୨ରୁ ଏବେ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ପ୍ରତିଟି ଚରିତ୍ରକୁ ପରଦାରେ ନିଖୁଣ ଭାବେ ପରିପ୍ରକାଶ କରୁଥିବାରୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ସେ।

ଫିଲ୍ମ ସହ ସୋସିଆଲ ମିଡିଆରେ ଆଲିଆଙ୍କ କ୍ରେଜ କାହିଁରେ କେତେ। ଇନଷ୍ଟାଗ୍ରାମରେ ତାଙ୍କର ୬୧.୪ ମିଲିୟନ ଫଲୋଅର୍ସ। ରୋଜଗାରରେ ମଧ୍ୟ ସେ ବହୁତ ଆଗରେ। ବଲିଉଡ୍‌ର ଶ୍ରେଷ୍ଠ ୧୦ ଧନୀ କଳାକାରଙ୍କ ମଧ୍ୟରୁ ସେ ଜଣେ। କେବଳ ଚଳଚ୍ଚିତ୍ରରୁ ନୁହେଁ ବିଜ୍ଞାପନ ସହ ଅନ୍ୟାନ୍ୟ କ୍ଷେତ୍ରରୁ ଆଲିଆ ରୋଜଗାର କରୁଛନ୍ତି। ବହୁତ କମ୍‌ ବୟସରେ ସେ କୋଟିପତି ନାୟିକା ପାଲଟିଛନ୍ତି।

ଆଲିଆଙ୍କ ପାଖରେ ରହିଛି ୭୪ କୋଟିର ସମ୍ପତ୍ତି। ଫିଲ୍ମ ପିଛା ୯-୧୦ କୋଟି ଟଙ୍କା ସେ ଚାର୍ଜ କରିଥାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ବୃଦ୍ଧି ଘଟିଛି। ବମ୍ବେରେ ଭବ୍ୟ ବଙ୍ଗଳା ସାଙ୍ଗକୁ ଗୋଟିଏରୁ ବଳି ଆରେକ ଦାମୀ ଗାଡ଼ି ରହିଛି ତାଙ୍କର। ବିଏମଡବ୍ଲୁ, ଅଡି, ରେଞ୍ଜ ରୋଭର ତାଙ୍କ ଗ୍ୟାରେଜର ଶୋଭା ବଢ଼ାଉଛି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ରଣବୀର କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହି ଆସିଛି। ନିକଟ ଭବିଷ୍ୟତରେ ଉଭୟେ ବିବାହ କରିପାରନ୍ତି ବୋଲି କୁହାଯାଉଛି।

Share