ଆଲିଆଙ୍କ ପ୍ରଥମ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ମୋଷ୍ଟ ଆଓ୍ବେଟେଡ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହା ବଲିଉଡ କୁଇନ ଆଲିଆ ଭଙ୍କ ପ୍ରଥମ ହଲିଉଡ ମୁଭି। ଏହାସହ ପ୍ରଥମଥର ଲାଗି ଆଲିଆ ଏକ ହଲିଉଡ ମୁଭିରେ ଭିଲେନ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଗୈଲ ଗୌଡୋଟ ଓ ଜେନି ଡାର୍ନନ ଲିଡ ରୋଲରେ ନଜର ଆସିବେ।

ଟ୍ରେଲରରେ ସ୍ପଷ୍ଟ ବାରି ହୋଇ ପଡୁଛି ଯେ ମୁଭିରେ ଆଲିଆ ଭଟ୍ଟ ଭିଲେନ ରୋଲରେ ନଜର ଆସିବେ। ଫିଲ୍ମରେ ଗୈଲ ଗୌଡେଟ ଜଣେ ସିକ୍ରେଟ ଏଜେଣ୍ଟ ଭୂମିକାରେ ନଜର ଆସିଛନ୍ତି, ଯିଏକି ନିଜ ମିଶନକୁ ପୁରା କରିବାକୁ ବହୁ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଦେଖାଯାଇଛି। ଟ୍ରେଲରେ କୁହାଯାଇଥିବା ଡାଏଲଗ ବି ଖୁବ ଦମଦାର ଲାଗୁଛି। ଆଲିଆ ବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ଶେୟାର କରିଛନ୍ତି। ଯେଉଁଥିରେ ସେ କିଛି ସିନ୍‌ସରେ ନଜର ଆସୁଛନ୍ତି। ଭିଲେନ ରୋଲ ପ୍ଲେ କରୁଥିବା ଆଲିଆ ବି ଏଥିରେ ବାଜି ମାରିଛନ୍ତି।

Share