ମିନି ଡ୍ରେସ୍‌ରେ ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ରଣବୀର କପୁରଙ୍କୁ ବିବାହ କରିବାର ଦୁଇମାସ ପରେ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇ ଚର୍ଚ୍ଚାକୁ ଆସିଥିଲେ। ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ଖୁବ୍‌ଶୀଘ୍ର ଆମେ ମାତାପିତା ହେବାକୁ ଯାଉଛୁ। ଏହା ପରେ ପ୍ରଶଂସକଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିଲା।

ଗର୍ଭବତୀ ଥାଇ ବି ନିକଟରେ ଆଲିଆ ତାଙ୍କ ଟିମ୍‌ ‘ଡାର୍ଲିଙ୍ଗ୍ସ’ ସହିତ ନଜର ଆସିଥିଲେ। ଏହି ସମୟରେ ତାଙ୍କର ବେବି ବମ୍ପ୍‌ ଦେଖିବାକୁ ମିଳିଥିଲା। ଏକ ଛୋଟ ଡ୍ରେସ୍‌ରେ ନଜର ଆସିଥିଲେ ଆଲିଆ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଛି।

ଆଲିଆ ଫିଲ୍ମ ‘ଡାର୍ଲିଙ୍ଗ୍ସ’ ଜରିଆରେ ତାଙ୍କର ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ସେ ଫିଲ୍ମ ପ୍ରଯୋଜକ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୫ରେ ନେଟଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ଏକ କମେଡି ଫିଲ୍ମ। ମୁମ୍ବାଇରେ ନିଜର ସ୍ଥାନ ଖୋଜିବା ପାଇଁ ସଂଘର୍ଷ କରୁଥିବା ମା- ଝିଅର ଜୀବନ ଉପରେ ପର୍ଯ୍ୟବେସିତ। ଏହି ଫିଲ୍ମରେ ଆଲିଆଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Share